ଯାଜପୁର: ଛତିଆ ବିଟ ହାଉସ ପୋଲିସ ଦ୍ୱାରା କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଛତିଆ ବିଟ ହାଉସ ପୋଲିସ ଦ୍ୱାରା କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ। ୧୬ନଂ ଜାତୀୟ ରାଜପଥର ଛତିଆ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରୁ ଜବତ ହୋଇଛି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ। ଜବତ ଗଞ୍ଜେଇର ପରିମାଣ ୧କୁଇଣ୍ଟାଲ ୨୫କେଜି ହେବ ବୋଲି ଆକଳନ କରିଛି ପୋଲିସ।

ସୂଚନା ମୁତାବକ, ଛତିଆ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ହୋଣ୍ଡା ଆମେଜ୍ କାର୍ ଜାତୀୟ ରାଜପଥ କଡରେ କାଚ ଭାଙ୍ଗିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ରାସ୍ତା କଡରେ ଭଙ୍ଗା ରୁଜା କାର୍ ଠିଆ ହେବା ସହ କାର ପାଖରେ କେହି ନଥିବାରୁ ପୋଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା।

କାରକୁ ପୁଲିସ ନିଜ ହେପାଜତକୁ ଆଣିବା ସହ ଗାଡି ଡିକିରୁ ପୁଳାପୁଳା ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା। ସଙ୍ଗେ ସଙ୍ଗେ ଛତିଆ ବିଟ୍ ହାଉସ ଅଧିକାରୀ ଗୋବର୍ଦ୍ଧନ ନାୟକ ବୈରୀ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ ଭାବେ ଦର୍ପଣ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କ ଉପସ୍ଥିତରେ ଗାଡିରୁ ଗଞ୍ଜେଇ ପ୍ୟାକେଟ ବାହାର କରାଯାଇ ଓଜନ କରାଯାଇଥିଲା। ଜବତ ଗଞ୍ଜେଇର ପରିମାଣ ୧କୁଇଣ୍ଟାର ୨୫ କେଜିରୁ ଅଧିକ ହେବ ବୋଲି ଜଣାପଡିଛି। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଆଡ଼େ ଯାଉଥିଲା ସେନେଇ ସ୍ପଷ୍ଟ ଜଣାପଡିନଥିବା ବେଳେ ଛତିଆ ବିଟ୍ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.