କୋରାପୁଟ ପୋଲିସ,ଏସଓଜି ଓ ଡିଭିଏଫକୁ ସଫଳତା: ଜଙ୍ଗଲରେ ମାଓ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଜବତ

କୋରାପୁଟ (କେନ୍ୟୁଜ୍): କୋରାପୁଟ ପୋଲିସ,ଏସଓଜି ଓ ଡିଭିଏଫକୁ ସଫଳତା । ଜଙ୍ଗଲରେ ମାଓ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଜବତ। କୋରାପୁଟ ମାଛକୁଣ୍ଡ ଥାନା ଓ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ହଁନୁମାଲ,ସିଂଧୁପୁଟ, ଅଣ୍ଡେଇ ପଦର, ଅଣ୍ଡ୍ରାହଲ,ଉଡୁଲିପଦର ଜଙ୍ଗଲରୁ ଜବତ ହୋଇଛି। ବିପୁଳ ପରିମାଣର ବିସ୍ଫୋରକ ଓ ୭୦ହଜାର ଟଙ୍କା ମାଓ ସାମଗ୍ରୀ ଜବତ । ଏସ୍‌ଓଜି ଓ ଡିଭିଏଫ ଦ୍ଵାରା ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଣ୍ଡିରାହଲ ପଂଚାୟତର ସିନ୍ଧିପୁଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି।

ଆନ୍ଧ୍ରର ଆଲୁର ସୀତାରାମ ରାଜୁ ଜିଲ୍ଲାର ରଙ୍ଗବାୟୁଲ ପଂଚାୟତ ସୀମାନ୍ତରୁ ଜବତ କରାଯାଇଛି ବୋଲି କୋରାପୁଟ ଏସପି କହିଛନ୍ତି । ଓଡିଶାର କୋରାପୁଟ,ମାଲଜାନଗିରି ଜିଲ୍ଲାର ମୁଦୁଲିପଡା ସମେତ ଆନ୍ଧ୍ରର ଆଲୁର ସିତାରାମ ରାଜୁ ଜିଲ୍ଲାର ତ୍ରିକୋଣୀୟ ଅଂଚଳରେ ମାଓ ଚଳପ୍ରଚଳ ରହୁଥିବା ବେଳେ, ମାଓ ଅପରେସନରେ ଯାଉଥୁବା ଯବାନଙ୍କୁ ଟାର୍ଗେଟ କରି ଏସବୁ ବିସ୍ଫୋରକ ମାଓବାଦୀମାନେ ଗଛିତ ରଖିଥିଲେ । ଏଥିରେ ୭୦ ହଜାର ଟଙ୍କା, ୧୭ ମିଟର ତାର, ୩୧ଟି ଜିଲୋଟିନ ଷ୍ଟିକ, ୧୧ଟି ଡିଟୋରନେଟର, ଗୋଟିଏ ତାର ବଣ୍ଡଲ, ଦୁଇଟି ଟିଫିନ ବୋମା ଉଦ୍ଧାର କରାଯାଇଥିବା କୋରାପୁଟ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.