ବିମଳା ମନ୍ଦିରରୁ ହୁଣ୍ଡି ଚୋରି : ପୁଲିସ ତଦନ୍ତ ଜାରି

ପୁରୀ : ବର୍ତ୍ତମାନ ଯୁଗରେ ଭଗବାନ ମଧ୍ୟ ଅସୁରକ୍ଷିତ ରହିଛନ୍ତି । ସେହିଭଳି ଏକ ଘଟଣା ଘଟିଛି ପୁରୀ ଶଙ୍କରାଚାର୍ୟ୍ୟଙ୍କ ମଠ ପରିସରରେ ଥିବା ବିମଳା ମନ୍ଦିର ରେ । ଗତକାଲି ରାତିରେ ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ଚୋରି ହୋଇଥିବା ସୂଚନା ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ଏନେଇ ପୁରୀ ସମୁଦ୍ରକୂଳ ଥାନା ପକ୍ଷରୁ ତଦନ୍ତ ଜାରି କରାଯାଇଛି । ଏହି ନିମନ୍ତେ ମନ୍ଦିରର ସୁରକ୍ଷାକର୍ମୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.