ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେଲା ବାଇକ୍‌: ସ୍ୱାମୀ ମୃତ, ସ୍ତ୍ରୀ ଓ ଶିଶୁ ଗୁରୁତର

ରାୟଗଡା(କେନ୍ୟୁଜ୍): ବୋଲେରୋକୁ ଧକ୍କା ଦେଲା ବାଇକ୍‌ । ସ୍ୱାମୀ ମୃତ, ସ୍ତ୍ରୀ ଓ ଶିଶୁ ଗୁରୁତର । ରାୟଗଡା ଜିଲ୍ଲା ଗୁମା ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ ପହଂଚିଛି ରାୟଗଡା ପୋଲିସ୍ ।

ସୂଚନା ମୁତାବକ, ଆଜି ସକାଳୁ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ବୋଲେରୋ ଠିଆ ହୋଇଥିଲା । ହଠାତ୍‌ ଏକ ବାଇକ୍‌ ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ବାଇକରେ ରାୟଗଡାରୁ କୋରାପୁଟ ଅଭିମୁଖେ ଯାଉଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.