ସ୍ତ୍ରୀ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଛି ସ୍ବାମୀ, ପରିବାର ଲୋକ ଆଣିଲେ ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ଗାଁରେ ଅଭାବନୀୟ ଘଟଣା । ସ୍ବାମୀ ସ୍ତ୍ରୀକୁ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ରୀତା ପ୍ରଧାନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରୀତାଙ୍କୁ ସ୍ବାମୀ ସଞ୍ଜୟ ପ୍ରଧାନ ଓ ତାଙ୍କ ଘର ଲୋକେ ଯୈାତୁକ ନିର୍ଯ୍ୟାତନା ଦେଇ ଏଭଳି କରିଥିବା ଅଭିଯୋଗ କରିଛନ୍ତି ରୀତାଙ୍କ ପରିବାର ଲୋକେ ।

ଗତ ୪ ବର୍ଷ ପୂର୍ବରୁ ସଞ୍ଜୟ ଓ ରୀତାଙ୍କ ବିବାହ ହୋଇଥିଲା ବେଳେ ବିବାହର ୧୦ ଦିନ ପରେ ସଞ୍ଜୟ ଓ ତାଙ୍କ ପରିବାର ଲୋକେ ଅଧିକ ୨ ଲକ୍ଷ ଟଙ୍କା ଯୈାତୁକ ଆଣିବା ପାଇଁ ରୀତାକୁ ବାରମ୍ୱାର କହିଥିଲେ । ରୀତା ଏନେଇ ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଗତକାଲି ରାତିରେ ରୀତା ରୋଷେଇ କରୁଥିବା ବେଳେ ସଞ୍ଜୟ ହଠାତ୍ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ରୀତାଙ୍କ ଶରୀରର ୩୦ ଭାଗ ପୋଡି ଯାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ବଡ଼ ମେଡିକାଲରେ ଚିକିତ୍ସା ଜାରୀ ରହିଛି । ଏନେଇ ଦିଗପହଣ୍ଡି ଥାନା ପୋଲିସ ତତନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.