ରାଜଧାନୀ ଆକାଶରେ ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ଶୋ’, ଏକା ସାଙ୍ଗରେ ଉଡିଲା ୯ଟି ହକ୍‌ ବିମାନ

ଭୁବନେଶ୍ୱର(କେନ୍ୟୁଜ): ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ଶୋ’। ରାଜଧାନୀ ଆକାଶରେ ଦେଖିବାକୁ ମିଳିଲା ଏୟାର ଶୋ। ଆକର୍ଷଣୀୟ କଳା କୌଶଳ ଦେଖାଇଲେ ବାୟୁ ସେନା। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଏକା ସାଙ୍ଗରେ ଉଡିଲା ୯ଟି ହକ୍‌ ବିମାନ।

 

ଆକାଶରେ ଗର୍ଜିଲା ଲଢୁଆ ହକ୍‌ ବିମାନ। ମାଟି ଠାରୁ ୫୦୦ରୁ ହଜାର ଫୁଟ ଉପରେ ଦେଖାଇଲା କୌଶଳ। ଟିମ୍‌କୁ ଲିଡ୍‌ କରୁଥିଲେ ଗ୍ରୁପ୍‌ କ୍ୟାପଟେନ ଜି ଏସ୍‌ ଧିଲନ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉପସ୍ଥିତ ଥିଲେ। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଚିତ୍ତାକର୍ଷକ ଏୟାର ଶୋ’ ଦେଖିବାକୁ କୁଆଖିଆ ନଦୀ ପଠାରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା।

Leave A Reply

Your email address will not be published.