ଚାଷୀଙ୍କୁ ନିଜ ଜମିକୁ ଛାଡ଼ିଦେଉନି: ଓଡ଼ିଶା ଇନଫ୍ରାଟେକ୍ ନାଁରେ ଜମି ହଡ଼ପ ଅଭିଯୋଗ ପରେ ରକ୍ତମୁଖା କଂପାନୀ

otv sarua

ଖୋର୍ଦ୍ଧା : ସାରୁଅ ଗାଁର ଚାଷୀଙ୍କ ଉପରେ ଓଡ଼ିିଶା ଇନ୍‌ଫ୍ରାଟେକ୍‌ କଂପାନୀର ଦାଦାଗିରି । ଚାଷୀଙ୍କୁ ନିଜ ଜମିକୁ ଛାଡ଼ିଦେଉନି । ଜମିକୁ ଯିଏ ଯାଉଛି, ତାକୁ ଗୁଣ୍ଡା ଲଗାଇ ଓଡ଼ିିଶା ଇନ୍‌ଫ୍ରାଟେକ୍‌ କଂପାନୀ ପିଟୁଛି । ଦୁଇଦିନ ତଳେ ସାରୁଅ ଗାଁର କିଛିଚାଷୀ ଧାନ ତଳି ପକାଇବାକୁ ନିଜ ଜମିକୁ ଯାଇଥିଲେ । କଂପାନୀର ପୋଷା ଗୁଣ୍ଡାମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ମାଡ଼ମାରି ଚାଷୀଙ୍କୁ ନିଜ ଜମିରୁ ତଡ଼ିିଦେଇଛନ୍ତି । ଏନେଇ କିଛି ଚାଷୀ ବାଘମାରି ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ପ୍ରଭାବଶାଳୀ ନେତାଙ୍କ ଚାପରେ ଆସି ଚାଷୀଙ୍କ କଥା ଶୁଣୁନାହିଁ ।

ସାରୁଅ ଅଞ୍ଚଳରେ ଜମି ହଡ଼ପ ନେଇ ଓଡ଼ିିଶା ଇନ୍‌ଫ୍ରାଟେକ୍‌ କଂପାନୀ ବିରୋଧରେ ବେଗୁନିଆ ତହସିଲରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଥମ ଶୁଣାଣିରେ କଂପାନୀ ଯୋଗନଦେଇ ଏବେ ଚାଷୀଙ୍କ ଉପରେ ସାଧୁଛି ଦାଉ । ନିଜ ଚାଷ ଜମିକୁ ଚାଷୀ ଗଲେ, ଗୁଣ୍ଡା ଲଗାଇ କେବଳ ମାଡ଼ ମାରୁନି, ଚାଷଜମିକୁ ମୋରମ ପକାଇ ପୋତି ଦେଉଛି । ଜମିକୁ ଚାଷ ଅନୁପଯୋଗ କରିଦେଉଛି ।

ଚାଷୀଙ୍କ ଚାଷଜମିକୁ କବ୍‌ଜା କରିବାର ନିଶା ଓଡ଼ିିଶା ଇ୍‌ନ୍‌ଫ୍ରାଟେକ୍‌ କଂପାନୀକୁ ଘାରିଛି । ବାରମ୍ବାର ଅଭିଯୋଗ ପରେ ବେଗୁନିଆ ତହସିଲରେ ଆରମ୍ଭ ହୋଇଛି ଶୁଣାଣି । ହେଲେ କଂପାନୀ ଏହାକୁ ବେଖାତିର କରିଚାଲିଛି । ପ୍ରଥମ ଶୁଣାଣି ବେଳେ ସାରୁଅ ଗାଁର ଶହ ଶହ ଚାଷୀ ତହସିଲଦାର କାର୍ଯ୍ୟାଳୟରେ ଦିନ ତମାମ୍‌ ଅପେକ୍ଷା କରିଥିଲେ ମଧ୍ୟ କଂପାନୀ ପକ୍ଷରୁ କେହି ଆସିନଥିଲେ । ଏହା ପରେ କଂପାନୀ ରକ୍ତମୁଖା ହୋଇ ଚାଷୀଙ୍କୁ ମାଡ଼ମାରି ସେମାନଙ୍କ ସ୍ୱର ଚାପି ଦେବାକୁ ଉଦ୍ୟମ କରୁଛି । କଂପାନୀକୁ ଖୋଲାଖୋଲି ଭାବେ ପୋଲିସ ପ୍ରଶାସନ ସହଯୋଗ କରୁଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.