IMD ଜାରି କଲା ବାତ୍ୟା ସତର୍କତା, ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଜାରି କଲା ବାତ୍ୟା ପୂର୍ବ ସତର୍କତା । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଡିପ୍ରେସନ୍‌ ଡିପ୍‌ ଡିପ୍ରେସନରେ ପରିଣତ ହେବ । ପରେ ଅଧିକ ଘନୀଭୂତ ହେବ ଗଭୀର ଅବପାତ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ ।

୨୬ ତାରିଖ ସନ୍ଧ୍ୟାରେ ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍‌ ପାଖରେ ଅତିକ୍ରମ କରିବ । ୨୬ ତାରିଖରେ ପବନର ବେଗ ୭୦-୮୦ କିଲୋମଟର ରହିବ । ଏହା ବଢ଼ି ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁପାରେ । ଏହାର ପ୍ରଭାବରେ ରାଜ୍ୟରେ ୨୫ରୁ ୪ ଦିନ ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.