ପୁଣି ଇମ୍ଫା କାରଖାନାରେ ଶ୍ରମିକ ଅଶାନ୍ତି !

ରାୟଗଡ଼ା : କମ୍ପାନୀ କର୍ତ୍ତୃପକ୍ଷ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଳନ କରିନଥିବାରୁ ଆନ୍ଦୋଳନ ତେଜିଛି ଜିଲ୍ଲା ଥେରୁବାଲି ଇମ୍ଫା କାରଖାନାରେ ତାଲା ପକାଇଲେ ଆନ୍ଦୋଳନକାରୀ ଶ୍ରମିକ। ଶ୍ରମିକମାନେ ଇମ୍ଫା କାରଖାନା ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଶ୍ରମିକମାନେ ବିଭିନ୍ନ ଦାବି ନେଇ ଗତ ଏପ୍ରିଲ ୨୩ ତାରିଖରୁ ୧୮ ଦିନ ଯାଏ ଆନ୍ଦୋଳନ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଉଭୟପକ୍ଷ ମଧ୍ୟରେ ଆଲୋଚନା କରାଯାଇଥିଲା । ଇମ୍ଫା କର୍ତ୍ତୃପକ୍ଷ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଦାବି ପୂରଣ ନହେବାରୁ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି ଶ୍ରମିକମାନେ । ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲିବ ବୋଲି ଆନ୍ଦୋଳନକାରୀ ଶ୍ରମିକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.