ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୧୭ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ। ୧୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଅର୍ଥ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ପ୍ରସ୍ତାବକୁ ମିଳିଛି ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।  ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଓ ବାହାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫରେନ୍‌ସିଂ ଜରିଆରେ କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ।

ଅନ୍ଯପଟେ ସୂଚନା ଥାଉକି, ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରୁଛନ୍ତି ମୁଖ୍ଯମନ୍ତ୍ରୀ । ପର୍ଯ୍ୟାୟକ୍ରମେ ନଭେମ୍ବର ସୁଦ୍ଧା ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଯୋଜନା ଅଧିକ ସ୍ମାର୍ଟ ହେବା ସହ ଆସିବ ନୂଆ ମାନଦଣ୍ଡ। ବର୍ତ୍ତମାନ ସମସ୍ତ ବିଜୁ କୃଷକ କଲ୍ୟାଣ କାର୍ଡଧାରୀ, ଅନ୍ତୋଦେୟଅନ୍ନ ଯୋଜନା କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀ ଥିଲେ। ଉପକୃତ ହେଉଥିଲେ ୭୧ ଲକ୍ଷ ୬୯ ହଜାର ୬୭୨ ପରିବାର। ନୂଆମାଦଣ୍ଡରେ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦିଆଯିବ BSKY ସ୍ମାର୍ଟ ହେଲ୍ଥ କାର୍ଡ। ଫଳରେ ଅଧିକ ୨୦ ଲକ୍ଷ ୮୦ ହଜାର ୩୨୮ ହିତାଧିକାରୀ ଉପକୃତ ହେବେ। ଅର୍ଥାତ ପ୍ରାୟ ୯୨ ଲକ୍ଷ ୫୦ ହଜାର ପରିବାରଙ୍କୁ ମିଳିବ ଏହି ସ୍ମାର୍ଟ କାର୍ଡ ସୁବିଧା ।

ଏହାସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ମାଗଣ ଚିକିତ୍ସା ମିଳୁଛି । ଏହା ସହ ରାଜ୍ୟ ସରକାରଙ୍କ ସହ ଯେଉଁ ଘରୋଇ ମେଡିକାଲ ସହ ଯୋଡି ହୋଇ ରହିଛନ୍ତି ସେଠାରେ ମଧ୍ୟ ମାଗଣା ଚିକିତ୍ସା ମିଳୁଛି । ବର୍ଷକୁ ଗୋଟିଏ ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ୧୮୩ ଟି ହସ୍ପିଟାଲ୍ ସହ ରାଜ୍ୟ ବାହାରର ୧୭ ଟି ହସ୍ପିଟାଲ୍ ରେ ଏହି ସହାୟତା ମିଳିପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.