ଘର ଯୋଗାଇଦେବା ନାଁରେ ଲୋକଙ୍କୁ ମୋଟା ଅଙ୍କର ଚୂନ ମାରିଛି ଧୂର୍ତ୍ତ ଉମାକାନ୍ତ ମହାନ୍ତି, ଗୋଟେ ଯୋଡ଼େ ନୁହେଁ କୋଟି କୋଟି ଟଙ୍କା ଠକିଛି

ଭୁବନେଶ୍ବର(କେନ୍ୟୁଜ୍): ଘର ଯୋଗାଇଦେବା ନାଁରେ ଠକେଇ। କାହାଠାରୁ କୋଟିଏରୁ ଊର୍ଦ୍ଧ୍ଵ ଟଙ୍କା ତ, ଆଉ କାହାଠୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ ଅଭିଯୋଗ। ନିମାପଡା ଚାରିଛକ ଅଞ୍ଚଳର ଧୂର୍ତ୍ତ ଉମାକାନ୍ତ ମହାନ୍ତି। ଇ-ଷ୍ଟାମ୍ପ ଲାଇସେନ୍ସ , ଘର ବିକ୍ରି କରିବା ଓ ଚାକିରି କରେଇଦେବା ବାହାନାରେ ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ। ଉମାକାନ୍ତଙ୍କର ପରିବାର ଲୋକ ତାଙ୍କୁ ଏହି ଠକେଇରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଉମାକାନ୍ତଙ୍କ ବିରୋଧରେ ପୂର୍ବରୁ ଅନେକ ଥାନାରେ ଘରବାଡ଼ି କରିବାର ଠକାମୀ ସହ ସେକ୍ସ ରାକେଟ ଚଳାଇବା ଅଭିଯୋଗ ରହିଛି ।

ଅନ୍ୟ ୪ ଜଣ ମଧ୍ୟ ଏହି ଠକାମୀରେ ତାକୁ ସାହାଯ୍ୟ କରୁଛନ୍ତି। ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଇ-ଷ୍ଟାମ୍ପ ଲାଇସେନ୍ସକୁ ବ୍ୟବହାର କରି ଏବେ ମଧ୍ୟ ଉମାକାନ୍ତ ଅନେକ ଲୋକଙ୍କୁ ନକଲି ଷ୍ଟାମ୍ପ ବିକ୍ରି କରି ଆସୁଛି। ଏଥିସହ ପୁରୀ, ଭୁବନେଶ୍ୱର ଓ ଜଗତସିଂହପୁର ଓ ଖୋର୍ଦ୍ଧା ଆଦି ସହରରେ ଅନ୍ୟ ଲୋକଙ୍କ ଘରକୁ ନିଜର କହି ବିକ୍ରି କରିବା ପାଇଁ ରେଜିଷ୍ଟ୍ରି କରିବା ବାହାନାରେ କୋଟି କୋଟି ଟଙ୍କା ଠକି ନେଇଛି। ଅନ୍ୟପଟେ ଉମାକାନ୍ତ ନିଜକୁ ସରକାରୀ ଅଧିକାରୀ କହି ପ୍ରଲୋଭନ ଦେଖାଇ ୬ ଜଣ ମହିଳାଙ୍କୁ ବିବାହ କରିବା ସହ ସେମାନଙ୍କଠାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.