କଳିଙ୍ଗ ଟିଭି ଓ କେନ୍ୟୁଜ୍‌ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଟିଭି ଓ କେନ୍ୟୁଜ୍‌ ପରିବାର ପକ୍ଷରୁ ଆଜି ପାଳିତ ହୋଇଛି ୭୬ତମ ସ୍ୱାଧୀନତା ଦିବସ । ନୂଆପଲ୍ଲୀ ସ୍ଥିତ କାଯ୍ୟାର୍ଳୟର ଦ୍ୱିତୀୟ କ୍ୟାମ୍ପସ ପରିସରରେ କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ ।

kalinga

ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କର ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ କଳିଙ୍ଗ ଟିଭି କାର୍ଯ୍ୟ କରୁଛି ତାହାକୁ ବଜାୟ ରଖି ଦର୍ଶକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ମୁଖ୍ୟ ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଦେଶକୁ ସ୍ୱାଧୀନ କରିବା ପାଇଁ ଯେଭଳି ଦେଶର ପ୍ରତ୍ୟେକ ବ୍ୟକ୍ତି ଏକାଠି ହୋଇଥିଲେ ଠିକ୍‌ ସେହିଭଳି ସମନ୍ଵୟ ରଖି କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ୟୁଜ୍‌ ଓଡ଼ିଶାର ସମ୍ପାଦକ ହିମାଂଶୁ ପତିମିଶ୍ର ଏବଂ ସମସ୍ତ ସହଯୋଗୀ, ଏଚ୍‌ଆର ମୁଖ୍ୟ ମଧୁସ୍ମିତା ଷଡ଼ଙ୍ଗୀ ଏବଂ କଳିଙ୍ଗ ଟିଭି ପୋର୍ଟାଲର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.