ଏଣିକି ଖ-ବର୍ଗ ଓ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ୧୯ ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

କେନ୍ୟୁଜ୍(ବ୍ୟୁରୋ): ୧୯ ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ରାଜ୍ୟ ସରକାରଙ୍କ ଅଧିନ ଖ-ବର୍ଗ ଓ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ପାଇଁ ସମନ୍ଵିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ ପ୍ରଣୟନ ହେବ । ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପରୀକ୍ଷା ଶେଷ କରିବାକୁ ରାଜ୍ୟ ସରକାର ନିୟମାବଳୀ ପ୍ରଣୟନ କରିଛନ୍ତି । ଏହାଦ୍ୱାରା ଆଶାୟୀ ପରୀକ୍ଷାର୍ଥୀ ଖ-ବର୍ଗ ଓ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

୧୯ ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଏହାଦ୍ୱାରା ପରୀକ୍ଷାର୍ଥୀଙ୍କ ସମୟ ଓ ଅର୍ଥବ୍ୟୟ କମ୍‌ ହେବ । ସେହିପରି ରାଜ୍ୟ ସରକାରଙ୍କ ବ୍ୟୟ ଭାର ମଧ୍ୟ ହ୍ରାସ ପାଇବ । ଏ ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାକୁ ସ୍ୱାଗତ କରିଛନ୍ତି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଅଭୟ । ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଦ୍ରୁତତର ଓ ସୁଦୃଢ଼ ହେବ । ଏକାଧିକ ପରୀକ୍ଷା ବଦଳରେ ଏକକ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.