ଓଡିଶାରେ ୧୦ଟି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ହେବ, ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପାଇଁ HLCAର ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପାଇଁ HLCAର ଅନୁମତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ବସିଥିବା ହାଇଲେଭଲ କ୍ଲିଅରାନ୍‌ସ ଅଥରିଟି ବୈଠକରେ ଏହି ମଂଜୁରୀ ପ୍ରଦାନ କରାଯାଇଛି। ୧୦ଟି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ହେବ ୭୪ ହଜାର ୬୨୦ କୋଟି ଟଙ୍କା। ଆଦାନୀ ଏଣ୍ଟରପ୍ରାଇଜ ଆଲୁମିନିୟମ ରିଫାନାରୀ ପ୍ରତିଷ୍ଠା ପାଇଁ ନିବେଶ କରିବ ୪୧ ହଜାର ୬୫୩ କୋଟି ଟଙ୍କା।

ରାୟଗଡ଼ା ଜିଲ୍ଲାର କାଶୀରପୁରରେ ହେବାକୁ ଥିବା ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ରହିବ ୪ ନିୟୁତ ଟନ୍‌। ସେହିପରି ଗ୍ରୀନ ହାଇଡ୍ରୋଜନ ଏବଂ ଆମୋନିଆ ପ୍ଲାଣ୍ଟ ପାରାଦୀପରେ ପ୍ରତିଷ୍ଠା ହେବ। ନିବେଶ ହେବ ୨ ହଜାର କୋଟି ଟଙ୍କା। ଟାଟା ଷ୍ଟିଲ ମଧ୍ୟ ୧ ହଜାର କୋଟି ଟଙ୍କା ନିବେଶ କରି ଆଉ ଏକ ପ୍ରକଳ୍ପ ପ୍ରତିଷ୍ଠା କରିବ। ସୋମପୁରୀ ଇନ୍‌ଫ୍ରାଷ୍ଟ୍ରକଚର ଭଦ୍ରକରେ ଏକ ପେଲେଟ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ନିବେଶବ ହେବ ୭ ହଜାର ୮୧୧ କୋଟି ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.