ପୁରୀ ଗୋପ ଅଞ୍ଚଳରେ ପେଟ୍ରୋଲ ମିଳିବା ନେଇ ଜମି ଅଧିଗ୍ରହଣ: ୩୭ ଚାଷୀଙ୍କୁ ମିଳିଲା ଚେକ୍‌

ଗୋପ(କେନ୍ୟୁଜ୍): ଜମି ଅଧିଗ୍ରହଣ ପାଇଁ ୩୭ ଚାଷୀଙ୍କୁ ମିଳିଲା ଚେକ୍‌। ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ପେଟ୍ରୋଲ ମିଳିବା ନେଇ ଜମି ଅଧିଗ୍ରହଣ ହୋଇଥିଲା। ଜମି ଦେଇଥିବା ୩୭ଜଣ ଚାଷୀଙ୍କୁ ଏକ କୋଟି ଟଙ୍କାର ଚେକ୍‌ ପ୍ରଦାନ କରାଯାଉଛି। ଇଣ୍ଡିଆନ୍‌ ଅଏଲ୍‌ ତରଫରୁ ପୁରୀ ଜିଲ୍ଲାର ୪ଟି ବ୍ଳକ ଗୋପ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ମାନଙ୍କରେ ପେଟ୍ରୋଲ ମିଳିବା ନେଇ ହୋଇଥିଲା ସର୍ଭେ।

କିନ୍ତୁ ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର ଚିତେରା ଓ ଗୋପ ପଞ୍ଚାୟତର କୁସୁପୁର ଗାଁରେ ପ୍ରାୟ ୮ଏକରରୁ ଉର୍ଦ୍ଧ୍ୱ ଜମିରେ ଅଧିକ ପରିମାଣର ପେଟ୍ରୋଲ ଥିବା ଅଏଲ୍‌ ଇଣ୍ଡିଆ ଜାଣିବାକୁ ପାଇଥିଲା। ଆଜି ଅଏଲ୍‌ ଇଣ୍ଡିଆ ତରଫରୁ ଏକ ଦଶ ଜଣିଆ ଟିମ୍‌ ଗୋପ ଠାରେ ପହଞ୍ଚି ଯେଉଁ ମାନଙ୍କ ଜମି ଚିହ୍ନଟ କରାଯାଇଥିଲା ସେମାନଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି।.

Leave A Reply

Your email address will not be published.