ଘୂର୍ଣ୍ଣିବଳୟ ପ୍ରଭାବରେ ଟ୍ଵିନ୍‌ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବର୍ଷା, ଆଜି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍):ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସକାଳୁ ସକାଳୁ ଟ୍ଵିନ୍‌ ସିଟିରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ଲାଗିରହିଛି ବର୍ଷାର ପ୍ରଭାବ। ୨୦ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ ଓ ୨୧ରେ ବିସ୍‌ୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

ପ୍ରବଳ ବର୍ଷା ପାଇଁ ଆଜି ୯ଟି ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୯ତାରିଖରେ ୧୭ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ୨୦ତାରିଖରେ ବଢିବ ବର୍ଷାର ବିସ୍ତତି ଓ ପରିମାଣ। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ତାରିଖରେ ବି ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଉପକୂଳ ଅଶାନ୍ତ ସମ୍ଭାବନା ପାଇଁ ମତ୍ସ୍ୟଜୀବୀଙ୍କୁ ୨୦ରୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.