ବାହୁଡ଼ିବେ ଜଗା-ବଳିଆ : ଏମ୍ସରେ ଡିସଚାର୍ଜ ପ୍ରକ୍ରିୟା ହେଲା ଆରମ୍ଭ

ଭୁବନେଶ୍ବର : ଆଜି ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବେ ଜଗା-ବଳିଆ। ଦୀର୍ଘଦିନ ପରେ ଦୁଇଭାଇ ଘରକୁ ଫେରିବେ। ଏମସରେ ଡିସ୍ଚାର୍ଜ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଅଲଗା ହେବା ପରେ ଦୁଇଭାଇ ସୁସ୍ଥ ହେଉଛନ୍ତି । ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ ଖୋଲାଯାଇଛି । ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରାଯାଇଥିଲା । ଜଗା ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ବେଳେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି ।

କନ୍ଧମାଳ ଜିଲ୍ଲାର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଯୋଡ଼ାମୁଣ୍ଡ ଅଲଗା କରିବା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଥିଲେ । ଦିଲ୍ଲୀ ଏମ୍ସରେ ସେମାନଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ସେବେଠାରୁ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମର ନିରୀକ୍ଷଣରେ ଜଗା-ବଳିଆ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.