ଯାଜପୁର ଟ୍ରକ ଚୋରି ରାକେଟର ପର୍ଦ୍ଦାଫାସ: ୯ଜଣ ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ଟ୍ରକ ଚୋରି ଘଟଣାରେ ୯ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ସେମାନଙ୍କ ପାଖରୁ ଗୋଟିଏ କାର ଓ ୨ଲକ୍ଷ ୪୫ହଜାର ଟଙ୍କା ଜବତ କରାଯାଇଛି । ଗତ ୧୧ତାରିଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟସ୍ଥ ଏକ କ୍ରସରରୁ ଏକ ଟ୍ରକ ଚୋରି ଘଟଣାର ତଦନ୍ତ କରିବା ବେଳେ ଟ୍ରକ ଚୋରି ରାକେଟର ପର୍ଦ୍ଦାଫାସ ହୋଇଥିଲା ।

ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରୁ ଟ୍ରକ ଚୋରି କରି କୋଲକାତାରେ ବିକ୍ରି କରୁଥିବା ସୂଚନା ମିଳିଛି । ଚୋରି ଘଟଣାରେ ବଡ଼ଚଣା, ଧର୍ମଶାଳା ଓ ବାଲିଚନ୍ଦ୍ରପୁର ଅଞ୍ଚଳର ୬ଜଣଙ୍କୁ ଗିରଫ କରିବା ସହ କୋଲକାତା ଓ ବିହାର ଅଞ୍ଚଳର ୩ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

Leave A Reply

Your email address will not be published.