ଯାଜପୁର ଉପନିର୍ବାଚନ : ଆଜି ହେବ ୩୦ ନମ୍ବର ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି

voteଭୁବନେଶ୍ବର : ଯାଜପୁରର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଆଜି ହେବ । କଡ଼ା ସୁରକ୍ଷା ମଧ୍ୟରେ ଦିନ ୮ଟାରୁ ଭୋଟ ଗଣତି କରାଯିବ । ଗତକାଲି ଉପନିର୍ବାଚନ ପାଇଁ ଭୋଟ ନିଆଯାଇଥିଲା । ଏହି ଉପନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ମୋଟ ୧୦୧ଟି ବୁଥ୍ ମଧ୍ୟରୁ ୩ଟି ବୁଥକୁ ପିଙ୍କ୍ ବୁଥ୍ ଭାବେ ଚୟନ କରାଯାଇଥିଲା । ଏଥିରେ ପ୍ରିଜାଇଡିଂ ଅଫିସରଙ୍କଠାରୁ ଆରମ୍ଭ କରି ପୋଲିସ କର୍ମଚାରୀ ସମସ୍ତେ ଥିଲେ ମହିଳା । ୩୦ ନମ୍ବର ଜୋନର ସଭ୍ୟ ଭାଗବତ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.