ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ହାଓ୍ଵଡାରୁ ଭୁବନେଶ୍ୱର ଆସୁଥିଲା ଟ୍ରେନ୍‌

(କେନ୍ୟୁଜ): ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ଭଦ୍ରକ ଷ୍ଟେସନ ନିକଟରେ ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ହାଓ୍ଵଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଟ୍ରେନ୍‌ ଲାଇନଚ୍ୟୁତ। ଡଗରାସାହି ଲେବଲକ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ।  ଟ୍ରେନ୍‌ରେ ଥିବା ସବୁ ଯାତ୍ରୀ ସୁରକ୍ଷା ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜନଶତାଦ୍ଦୀ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ହାୱଡାରୁ ଛାଡ଼ିଥିଲା। ତେବେ ଭଦ୍ରକ ଷ୍ଟେସନ୍‌ ଭିତରେ ପଶିବା ପୂର୍ବରୁ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଥିଲା। କେଉଁକାରଣରୁ ଲାଇନ୍‌ଚ୍ୟୁତ ହେଲା, ତାହା ଜଣାପଡ଼ି ନାହିଁ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲାଇନ୍‌ଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.