ଷଣ୍ଢ ସହ ଧକ୍କା ହେଲା ବାଇକ୍, ଆଖି ବୁଜିଲେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

ଆନନ୍ଦପୁର(କେନ୍ୟୁଜ୍): ଘଷିପୁରା ଥାନା ନାରଙ୍ଗପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡି ମୃତ। ବାଇକ୍ ଯୋଗେ ନିଜ ଘର ହରିଚନ୍ଦନପୁର ବ୍ଲକ୍ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିବା ସମୟରେ ଏକ ଷଣ୍ଢ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା ।

ଗୁରୁତର ଅବସ୍ତା ରେ ପ୍ରଥମେ ସ୍ଥାନିୟ କିଛି ଯୁବକ ତାଙ୍କୁ ପ୍ରଥମେ ନିକଟସ୍ତ କେଶଦୂରାପାଳ ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ରେଫର କରାଯାଇଥିଲା । ହେଲେ ଡାକ୍ତରଖାନା ପହଁଞ୍ଚିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାମଚନ୍ଦ୍ର ଗତ ୨୦୧୭ ମସିହା ନଭେମ୍ବର ମାସ ଠାରୁ ଆନନ୍ଦପୁର ଗ୍ରାମ୍ଯଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ଯ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.