ରାଜଧାନୀରେ ଝାଡଖଣ୍ଡି ସାଇବର ଠକଙ୍କ ଉତ୍ପାତ, ମାସକରେ ଲୁଟିଲେ ୧କୋଟି ୩୧ଲକ୍ଷ

ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ ଝାଡଖଣ୍ଡି ସାଇବର ଠକଙ୍କ ଉତ୍ପାତ। ମାସକରେ ଲୁଟିଲେ ୧କୋଟି ୩୧ଲକ୍ଷ। ବର୍ଷ ଆରମ୍ଭରୁ ମାତିଛନ୍ତି ସାଇବର ଲୁଟେରା । ୨୦୨୨ ପ୍ରଥମ ମାସରେ ୧କୋଟି ୩୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ଜାନୁଆରୀ ମାସ ସୁଦ୍ଧା ୩୬୦ଟି ଅନଲାଇନରେ ଅଭିଯୋଗ ଗ୍ରହଣ କରିଛି ପୋଲିସ୍‌ ।

ସେଥିମଧ୍ୟରୁ ଭୁବନେଶ୍ୱରରୁ ୩୩୧ଟି କେସ୍‌ ରହିଛି । ସେହିଭଳି ଜାନୁଆରୀ ମାସରେ ୯ଲକ୍ଷ ୪୭ ହଜାର ଟଙ୍କା ରିକଭରି କରିବା ସହ ୩ ଲକ୍ଷ ଟଙ୍କା ବ୍ଲକ କରାଯାଇଛି । ଏଥିସହ ୪୪ଟି ନମ୍ବରକୁ ବ୍ଲକ କରିବା ପାଇଁ ନ୍ୟାସନାଲ ସାଇବର ସେଲକୁ ଚିଠି ଲେଖାଯାଇଛି । ଜାନୁଆରୀ ମାସରେ ମାତ୍ର ୯ଲକ୍ଷ ୪୭ହଜାର ୫୫୦ଟଙ୍କା ଫେରାଇ ଆଣି ଅଭିଯୋଗକାରୀଙ୍କୁ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.