ଘର ଲୋକେ ଚୁପ୍‌ ବସିଲେ, ମୃତ ଶତାୟୁ ମହିଳାଙ୍କୁ କାନ୍ଧ ଦେଲେ ସାମ୍ବାଦିକ

ପିପିଲି (କେ ନ୍ୟୁଜ୍‌) : ସାରା ରାଜ୍ୟରେ କରୋନା ଭାଇରସ୍‌ର ଆତଙ୍କ ଜାରି ରହିଛି । ତାରି ଭିତରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଦୃଶ୍ୟ । ଏଭଳି ଅବସ୍ଥାରେ ଜଣେ ଶତାୟୁ ମହିଳାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକ କିମ୍ବା ସମ୍ପର୍କୀୟମାନେ କେହି ଶବ ସଂସ୍କାର ପାଇଁ ଆସିଲେ ନାହିଁ । ହେଲେ ଆଗେଇ ଆସିଲେ ଏଠାକାର ସାମ୍ବାଦିକମାନେ ।

SAMBADIKA-1

ଖୋର୍ଦ୍ଧା ଜିଲ୍ଲା ବାଳକାଟି ରଙ୍ଗଣୀ ସାହିର ଶତାୟୁ ବୃଦ୍ଧା ତଅପୋଇ ବେହେରାଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିଲା । ତେବେ କରୋନା ଭୟରେ ବନ୍ଧୁ ଓ ପରିବାର ବର୍ଗ ଅନ୍ତିମ ସଂସ୍କାର ପାଇଁ କାନ୍ଧ ଦେଇ ନଥିଲେ ।

ଏକଥା ଜଣାପଡ଼ିବା ପରେ ଏଠାକାର ଜୟଦେବ ପ୍ରେସ କ୍ଲବର ସାମ୍ବାଦିକମାନେ ପିପିଇ କିଟ୍‌ ପିନ୍ଧି ନିଜେ ଶବକୁ କୋକେଇରେ ଧରି ଶ୍ମଶାନରେ ପହଞ୍ଚିଥିଲେ । ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ସାମ୍ବାଦିକମାନଙ୍କର ଏଭଳି ଉଦ୍ୟମକୁ ସବୁ ବର୍ଗ ଲୋକେ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.