କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ନିକଟରେ ଆରମ୍ଭ ହେଲା ଷୋଡଶ ଉପଚାର ପୂଜା ,୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମା’

କାକଟପୁର (କେନ୍ୟୁଜ): ଆଜିଠାରୁ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ପୁରୀ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ମା ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ରୀତିନୀତି ଓ ପୂଜା। ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମା’ଙ୍କ ନିକଟରେ ସ୍ଵତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଏବେ ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିବ । ମଙ୍ଗଳା ମନ୍ଦିର ପରିସରରେ ରହିଥିବା ବାମ୍ଫୀରୁ ୧୦୮ ଗରା ଜଳରେ ଆଜି ମା ମଙ୍ଗଳାଙ୍କୁ ସ୍ନାନ କରାଯାଇ ସ୍ବତନ୍ତ୍ର ରୀତି ନୀତି ଅନୁସାରେ ଷୋଡଶ ଉପଚାର ରେ ମା ଙ୍କୁ ପୂଜାର୍ଚନା କରାଯାଇଛି। ପାର୍ବଣ ପୂଜାପାଇଁ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବର୍ଷ ତମାମ ଏଠାରେ ମା’ ପଞ୍ଚ ଉପଚାରରେ ପୂଜା ପାଉଥିବାବେଳେ ପାର୍ବଣ ସମୟରେ ୧୬ ଦିନ ଷୋଡଶ ଉପଚାରରେ ପୂଜା ପାଆନ୍ତି । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା’ଙ୍କ ପାଖରେ ୧୬ ପ୍ରକାର ଭୋଗ ଲାଗି ମଧ୍ୟ କରାଯାଇଥାଏ । ଏହି ସମୟରେ ଦେବୀ ମା’ ଲାଲିକଲି ବେଶ, କଳାକଳିବେଶ, ସିଂହବାହିନୀ ବେଶ, କାପ୍ତିଖପର, ତୀରକମାଣ, ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.