କଳିଙ୍ଗ ଟ୍ରାଇବାଲ କୁଇନ୍ ସାଜିଲେ କୋରାପୁଟର ପଲ୍ଲବୀ ଦୁରୁଆ

ଭୁବନେଶ୍ବର: କଳିଙ୍ଗ ଟ୍ରାଇବାଲ କୁଇନ୍ ବା ଆଦିରାଣୀ ୨୦୧୮ ହୋଇଛନ୍ତି କୋରାପୁଟର ପଲ୍ଲବୀ ଦୁରୁଆ । ଫାଷ୍ଟ ରନର୍‌ଅପ୍ ଟିଟିଲାଗଡର ପଞ୍ଚମୀ ମାଝୀ ଓ ସେକେଣ୍ଡ ରନରଅପ୍ ହୋଇଛନ୍ତି ମୟୁରଭଞ୍ଜର ରଶ୍ମିରେଖା ହାଁସଦା । ଗତକାଲି ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ଫିନାଲେ । ବିଳମ୍ବିତ ରାତିରେ ଶେଷ ହୋଇଥିଲା କାର୍ୟ୍ୟକ୍ରମ । ଆଦିବାସୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କ ସୌନ୍ଦର୍ୟ୍ୟକୁ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏଭଳି ପ୍ରତିଯୋଗୀତା କରାଯାଇଥିଲା। ନୃତ୍ୟ, ସଙ୍ଗୀତ ଏବଂ କଳା ମାଧ୍ୟମରେ ନିଜର ପ୍ରତିଭା ଦେଖାଇଥିଲେ ପ୍ରତିଯୋଗୀ ।

ଆଦିରାଣୀ ପ୍ରତିଯୋଗିତାରେ କିସ୍ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ଓଲିଉଡର ଅନେକ କଳାକାର ଉପସ୍ଥିତ ଥିଲେ ଏଥିରେ ସାତଟି ବର୍ଗରେ ୭ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ପୋଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ପ୍ରଶାସକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ କିସ୍ ଛାତ୍ରୀ ମଧ୍ୟ ଭାଗ ନେଇ ଅନେକ ବର୍ଗରେ ପୁରସ୍କାର ଜିତିଛନ୍ତି । ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାକ ଦର୍ଶକ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.