ଭାରତୀୟ ଫୁଟବଲ ସଙ୍ଘର ନୂତନ ସଭାପତି ଭାବେ ଦାୟିତ୍ୱ ନେବା ପରେ କିଟ୍ ଓ କିସ୍ ପରିଦର୍ଶନ କଲେ କଲ୍ୟାଣ ଚୌବେ

ଭୁବନେଶ୍ବର(କେନ୍ୟୁଜ୍): ଭାରତୀୟ ଫୁଟବଲ ସଙ୍ଘର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଥିଲେ କଲ୍ୟାଣ ଚୌବେ। ତାଙ୍କ ସହ AIFF ର ସେକ୍ରେଟାରୀ ଜେନେରାଲ୍, FAO ର ଜଏଣ୍ଟ ସେକ୍ରେଟାରୀ ଅଭିଜିତ୍ ପଲ୍। ଭୁବନେଶ୍ୱର ବିମାନବନ୍ଦରରେ ସେ ପହଞ୍ଚିଲା ପରେ ତାଙ୍କୁ ସ୍ଵାଗତ କରିଥିଲେ କିଟ କ୍ରୀଡା ମହାନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ। ଶ୍ରୀ ଚୌବେ କିଟର ବିଭିନ୍ନ କ୍ୟାମ୍ପସ ଓ କିସର ବିଭିନ୍ନ ୟୁନିଟ ପରିଦର୍ଶନ କରିଥିଲେ। ପରେ ସେ କିଟର ଫୁଟବଲ୍ ଷ୍ଟାଡିୟମରେ ଦୀର୍ଘ ୨ ମାସ ହେଲା ଅଭ୍ୟାସ କରୁଥିବା U- 17 ମହିଳା ଫୁଟବଲ୍ ଟିମର ଖେଳାଳି ଓ କୋଚଙ୍କୁ ଭେଟିଥିଲେ।

କିଟ୍ ଓ କିସର କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖେଳକୁ ଯେଉଁଭଳି ପ୍ରୋତ୍ସାହନ ଦେଉଛନ୍ତି ତାର ଭୂଯସୀ ପ୍ରଶଂସା କରିଥିଲେ। ଖେଳାଳିମାନଙ୍କ ସହ ମିଶିବା ସହ ସେମାନେ ଆଗାମୀ ଦିନରେ ଯେଭଳି ଭଲ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବେ ସେ ବିଷୟରେ କହିଲେ।

ଆଗକୁ କିଟ୍ ଓ କିସ୍ ସହ ମିଶି ଫିଫା ଫୁଟବଲ୍ ସ୍କୁଲକୁ ସହଯୋଗ କିଭଳି ମିଳିବ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ଚୌବେ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଡ. ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭାରତୀୟ ଫୁଟବଲ ସଙ୍ଘର ସଭାପତି କିଟ ଓ କିସ ପରିଦର୍ଶନ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ନୂତନ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀ ଚୌବେ ନେତୃତ୍ଵରେ ଭାରତୀୟ ଫୁଟବଲରେ ଆହୁରି ଉନ୍ନତି ହେବ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.