କାନାଡା ବ୍ୟାଙ୍କ ତରଫରୁ ଫନି ବିପନ୍ନଙ୍କୁ ସହୟତା, ଦୁଇଟି ମୋବାଇଲ ଏଟିଏମ ସହ ରନ୍ଧା ଖାଦ୍ୟ ବଣ୍ଟନ

କାନାଡା ବ୍ୟାଙ୍କ ପକ୍ଷରୁ ବାତ୍ୟା ଫନି ବିପନ୍ନଙ୍କ ପାଇଁ ପ୍ରାଥମିକ ପର‌୍ୟ୍ୟାୟରେ ମୋବାଇଲ ଏଟିଏମ ସେବାକୁ ଦିଆଯାଇଥିଲା ଗୁରୁତ୍ୱ । ପୁରୀରେ ଦୁଇଟି ମୋବାଇଲ ଏଟିଏମ ତୁରନ୍ତ ଯୋଗାଇ ଦିଆଯାଇଥିଲା । ସେହିପରି ଫନି ପରବର୍ତ୍ତୀ ପରିସ୍ଥିତିରେ କୋଣାର୍କର ୩ଟି ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରତି ପଞ୍ଚାୟତରେ ୬ ଶହରୁ ୭ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । ପରିସ୍ଥିତିରେ ସୁଧାର ଆସିବା ପରେ କାନାଡା ବ୍ୟାଙ୍କ ପକ୍ଷରୁ ଆଜି ୩ଟି ସ୍ଥାନରେ ଫୁଡ ପ୍ୟାକେଟ ବଣ୍ଟନ କରାଯାଇଛି। ଭୁବନେଶ୍ୱର କାଳୀ ମନ୍ଦିର ପାଖ ବସ୍ତିରେ ଓ ପୁରୀ ଏବଂ ସତ୍ୟବାଦୀର ଗୋଟିଏ ସ୍ଥାନରେ ମଧ୍ୟ ଫୁଡ ପ୍ୟାକେଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.