ଐତିହାସିକ ଚନ୍ଦନ ଯାତ୍ରା ବନ୍ଦ, ଇତିହାସରେ ପ୍ରଥମଥର ପାଇଁ ଭକ୍ତମାନଙ୍କୁ ହେଲା ବାରଣ

କରଞ୍ଜିଆ ( କେ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲାର ଐତିହାସିକ ଚନ୍ଦନ ଯାତ୍ରା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଏହି ଯାତ୍ରା ଜଶୀପୁର ବ୍ଲକ ରଘୁନାଥ ଜୀଉ ମଠରେ ୧୩ ଦିନ ଧରି ପାଳନ କରାଯାଇଥାଏ। କିମ୍ବଦନ୍ତୀ ଅନୁସାରେ, ମହାଭାରତ ଯୁଗରେ ପଞ୍ଚୁପାଣ୍ଡବ ଏହି ସ୍ଥାନକୁ ଆସିଥିଲେ। ସେହିଦିନଠାରୁ ଚନ୍ଦନ ଯାତ୍ରା ହୋଇ ଆସୁଛି। ଏହି ମଠ ହେଉଛି ୫୫୪ ମସିହାରୁ ଆରମ୍ଭ ହୋଇଥିବା ମଠ ମହନ୍ତ ପ୍ରକାଶ କରିଛନ୍ତି।

kkaa

ଏହି ଯାତ୍ରାକୁ ଝାରଖଣ୍ଡ, ଓଡିଶା ଓ ପଶ୍ଚିବଙ୍ଗ ରାଜ୍ୟରୁ ଲକ୍ଷାଧିକ ସଂଖ୍ୟାରେ ଲୋକମାନଙ୍କ ସୁଅ ଛୁଟିଥାଏ। ଚଳିତବର୍ଷ କରୋନା ଭାଇରସ ପାଇଁ ଚନ୍ଦନ ଯାତ୍ରାକୁ କଟକଣା ଲାଗୁ ହେଇଛି। ଭକ୍ତ ମାନଙ୍କ ପାଇଁ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ମଠ ଭିତେର ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ବିଗତ ଦିନଗୁଡିକରେ ଚାପ ଖେଳ ପୋଖରୀ ଏବଂ ନଦୀ ଖେଳ ହେଉଥିଲା। ପ୍ରଶାସନ ପକ୍ଷରୁ କଟକଣା ଯୋଗୁଁ ଚଳିତବର୍ଷ କୃତ୍ରିମ ଉପାୟରେ ମଠ ଭିତରେ ଚାପ ଖେଳ ଅନୁଷ୍ଠିତ ଅନୁଷ୍ଠିତ ହେଉଛି। ଇତିହାସରେ ପ୍ରଥମ ଥର ପାଇଁ ଭକ୍ତମାନଙ୍କ ପାଇଁ ବାରଣ କରାଯାଇଛି।

Leave A Reply

Your email address will not be published.