ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଏହି ବେଶକୁ ଭକ୍ତମାନେ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ଏକ ମାସ ଧରି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ସକାଳ ଧୂପ ପରେ ବାଳଧୂପ ନୀତିରେ କୋରା, ଦୋଭଝା, ଲିଆ, ଅଦା, ଖଇ, ନଡିଆ, କଦଳୀ ଓ କାକୁଡି ଭୋଗ ହୋଇଥାଏ।

ଅନ୍ଯପଟେ,ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ। ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ। ମହାଦୀପ ଉଠିବା ପରେ ମେଲାଣି ଉତ୍ସବ। ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା। ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିର ପ୍ରାୟ ୬୦ଟି ମେଢ ଏକାଠି ହେବେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାଦୀପ ଉଠିଲେ ଦର୍ଶନ କରି ଗୋଷାଣୀମାନେ ଜଣେ ପରେ ଜଣେ ମେଲାଣିରେ ବାହାରିବେ। ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.