ଆସିଲା ଶ୍ରାବଣ ମାସ: ଏଥର କାଉଡିଆ ମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ, ଶ୍ରୀଲଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥା

ଭୁବନେଶ୍ୱର(କେନ୍ୟୁଜ୍) : ମାସ୍କ ପିନ୍ଧିବେ କାଉଡିଆ । ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଶିବଲିଙ୍ଗରେ ଜଳାଭିଶେକ କରିବେ କାଉଡିଆ । ଏଥିପାଇଁ ଶ୍ରୀଲଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଜଳାଭିଶେକ ପାଇଁ ଏବେଠୁ ବ୍ୟାରିକେଡ ବନ୍ଧାଯିବ । କରୋନା କଟକଣାକୁ ଦୃଷ୍ଟିରେ ରଖି କାଉଡିଆ ମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଏଏସଆଇ ପକ୍ଷରୁ ମନ୍ଦିର ସିଂହଦ୍ୱାରରୁ ଦୁଇ ପାର୍ଶ୍ୱ ରାସ୍ତା କଡରେ ବ୍ୟାରକେଡ ବନ୍ଧା କାମ ଚାଲିଛି ।

BMC ମାର୍ଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର ୩ଟାରୁ ଖୋଲାଯାଇ ଭୋର ସାଢେ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଆଡକାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ବା ପାତ୍ରର ନଳ ରହିବ । କାଉଡିଆ ମାନେ ଧାଡିରେ ଆସି ଆଡକାଠ ନିକଟରେ ଠିଆ ହୋଇ ତମ୍ବା ପାତ୍ରରେ ଶ୍ରାବଣ ଜଳ ଡାଳିବେ । ଫଳରେ ନଳ ଦେଇ ପାଣି ଶିବଲିଙ୍ଗ ଉପରେ ପଡିବ ।

Leave A Reply

Your email address will not be published.