ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଅନ୍‌ସିପ-୨୦୨୨ରେ କିଟ୍‌ ଛାତ୍ରୀ ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ,ଲଗାତର ଦ୍ୱିତୀୟ ଥର ପାଇଁ ଜିତିଲେ

କେନ୍ୟୁଜ୍(ବ୍ୟୁରୋ):  ଲଣ୍ଡନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଆନ୍‌ସିପ୍‌-୨୦୨୨ରେ ଭାରତର ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ ପଦକ। ଅଷ୍ଟ୍ରେଲିଆର ଭେରୋନିକା ଭସିଲେଭାଙ୍କୁ ୧୫-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ର‍୍ୟାଙ୍କିଂରେ ଭବାନୀ ଦେବୀଙ୍କ ସ୍ଥାନ ୪୨। କିନ୍ତୁ ଦ୍ୱିତୀୟ ସିଡ୍‌ରେ ଥିବା ଭେରୋନିକାଙ୍କୁ ସେ ହରାଇଛନ୍ତି।

 

କିଟ୍‌ ଛାତ୍ରୀ ଭାବନୀ ଦେବୀ, ସିନିୟର ମହିଳା ସେବର କ୍ୟାଟାଗୋରୀର ବ୍ୟକ୍ତିଗତ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। ୨୦୧୮ରେ ମଧ୍ୟ ଅଷ୍ଟ୍ରେଲିଆରେ ଆୟୋଜିତ ଏହି ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ ଭବାନୀ ଦେବୀ। ଅର୍ଥାତ ସେ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଛନ୍ତି। ଅସି ଚାଳନାରେ ଅଲିମ୍ପିକ୍ସରେ ଭାଗ ନେବାରେ ଭବାନୀ ଦେବୀ ପ୍ରଥମ ଭାରତୀୟ। ଭବାନୀ ଦେବୀଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.