କଳାହାଣ୍ଡି ଜିଲ୍ଲାରେ ‘କିସ୍’ର ଶାଖା ବିଦ୍ୟାଳୟ, ଗରିବ ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ସାଜିବ ଆଶାର ଆଲୋକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ ବାଦଲିଠାରେ କିସ୍ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ଏକ ଶାଖା ବିଦ୍ୟାଳୟ ବହୁ ଶୀଘ୍ର ଶୁଭାରମ୍ଭ ହେବାକୁ ଯାଉଛି । ୧୦ ଏକର ପରିମିତ ଜମିରେ କିସର ଏହି ଶାଖା ବିଦ୍ୟାଳୟ ହେଉଥିବା ବେଳେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ବିନା ଦେୟରେ ପଢିବେ । ଯାହା ଜଣାପହିଛି ପାଖାପାଖି ୧୦୦୦ ଛାତ୍ର ଛାତ୍ରୀଙ୍କ ପାଇଁ ଏଠାରେ ରହିବା ଖାଇବା , ସହ ଉତ୍ତମ ସ୍ୱାସ୍ଥ୍ଯ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ଅତି ସୁନ୍ଦର ଡିଜାଇନରେ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଁ‌ଚିଛି । ସମସ୍ତ ସୁବ୍ୟବସ୍ଥା ମଧ୍ୟରେ ଆସନ୍ତା ଶିକ୍ଷାବର୍ଷରେ ଏହା ଶୁଭାରମ୍ଭ ହେବାକୁ ଯାଉଛି।

kiss founderଭୁବନେଶ୍ୱର କିସ୍ ଶିକ୍ଷାନୁଷ୍ଠାନରେ ଯେଭଳି ଆଦିବାସୀ ଛାତ୍ର ଛାତ୍ରୀ ବିନା ଦେୟରେ ରହିବା,ଖାଇବା ସହ ଗୁଣାତ୍ମକ ଶିକ୍ଷା ଲାଭ କରିପାରୁଛନ୍ତି, ଠିକ ସେହିଭଳି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଶିକ୍ଷା ଲାଭ କରି ପାରିବେ ଏଠାକାର ଗରିବ ଆଦିବାସୀ ଛାତ୍ରଛାତ୍ରୀ । ଶିକ୍ଷା ହିଁ ପ୍ରଗତିର ଏକ ମାତ୍ର ମାଧ୍ୟମ । ତେଣୁ କନ୍ଧମାଳ ସଂସଦ ତଥା କିଟ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଭୁବନେଶ୍ୱରରେ ଥିବା କିସ୍ ଅନୁଷ୍ଠାନ ଭଳି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏକ ଶାଖା ବିଦ୍ୟାଳୟ ନିର୍ମାଣ କରିଛନ୍ତି । ବଣ ପାହାଡ ଘେରା ଏହି ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଆଶାର ଆଲୋକ ସାଜିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ଅଭିଭାବକ ।

kissକଳାହାଣ୍ଡି ବାଦଲିରେ ନିର୍ମାଣ ଚାଲିଥିବା ଏହି କିସ୍ ଶାଖା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚି ସାରିଥିବା ବେଳେ ଆସନ୍ତା ୨୦୨୧ ମସିହାରେ ବିଦ୍ୟାଳୟର ଶୁଭାରମ୍ଭ ହେବାକୁ ଯୋଜନା ରହିଛି। ତେବେ ଗତ କିଛି ଦିନ ତଳେ କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଦିନିକିଆ କଳାହାଣ୍ଡି ଗସ୍ତ କରି କିସ୍ ଏହି ନବ ନିର୍ମିତ ଶାଖା ବିଦ୍ୟାଳୟ ପରିଦର୍ଶନରେ ଆସି ସମୀକ୍ଷା କରି ଫେରିଛନ୍ତି । ସାଥିରେ ଶକ୍ତି ମନ୍ତ୍ରୀ, ଲାଞ୍ଜିଗଡ ବିଧାୟକ,ଧର୍ମଗଡ ବିଧାୟକ ମଧ୍ୟ ଆସି କିସ୍ ଶାଖା ବିଦ୍ୟାଳୟ ପରିଦର୍ଶନ କରିଥିଲେ।

achyuta samantତେବେ କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ , ଅଧ୍ଯୁଷିତ ଦାଦନ ପ୍ରବଣ ପଛୁଆ ଜିଲ୍ଲା ହୋଇଥିବାରୁ ଏଠାରେ ରାଜ୍ୟ ସରକାର ମଧ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ବହୁ ଶିକ୍ଷାନୁଷ୍ଠାନମାନ ଯୋଗାଇ ଦେଇଛନ୍ତି । ତେଣୁ କିଟ୍ କିସ୍ ପ୍ରତିଷ୍ଠାତା ଜିଲ୍ଲାର ପ୍ରଗତି ପଥରେ ଦ୍ରୁଷ୍ଟି ଦେଇ ବିଭିନ୍ନ ଯୋଜନାମାନ କଳାହାଣ୍ଡି ଜିଲ୍ଲାକୁ ପହଁଚାଇ ଚାଲିଥିବାରୁ ଅଞ୍ଚଳବାସୀ ତାଙ୍କୁ ଭୂୟସି ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.