ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ୧୨ ଘଣ୍ଟିଆ କୋମନା ବନ୍ଦ

komana bandh

ନୂଆପଡା : ୧୨ ଘଣ୍ଟିଆ କୋମନା ବନ୍ଦ । ଅଘୋଷିତ ବିଦ୍ୟୁତ କାଟ ସହ ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ କୋମନାର ନାଗରିକମାନେ ସ୍ଥାନୀୟ ଦୋକାନ ବଜାର ସମେତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ସଂପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି । ସେହିପରି କୋମନାର ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରି ଗାଡ଼ି ମୋଟର ଅଟକାଇଛନ୍ତି । ଫଳରେ କୋମନାକୁ ବନ୍ଦ ରହିଛି ଗାଡ଼ିମୋଟର ଚଳାଚଳ । ଅଭିଯୋଗ ହୋଇଛି, ସାମାନ୍ୟ ବର୍ଷା ପବନ ହେଲେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ବନ୍ଦପାଳନକୁ ଦୃଷ୍ଟିରେ ରଖି ପୋଲିସ ପ୍ରସାଶନ ତରଫରୁ କୋମନାର ବିଭିନ୍ନ ଛକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.