କୁଡୁମୀ ବିକାଶ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି

ଭୁବନେଶ୍ବର (କେନ୍ୟୁଜ୍) : କୁଡୁମୀ ସଂପ୍ରଦାୟର ବିକାଶ ପାଇଁ ସହାୟତା ଯୋଗାଇ ଦେବାକୁ କୁଡୁମୀ ବିକାଶ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା କୁଡୁମୀ ସଂପ୍ରଦାୟର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ସେମାନଙ୍କ ସଂସ୍କୃତିକୁ ରୁଦ୍ଧିମନ୍ତ କରାଯାଇପାରିବ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,ସମ୍ବଲପୁର ଓ ପଡ଼ୋଶୀ ଜିଲ୍ଲାରେ କୁଡୁମୀ ସଂପ୍ରଦାୟର ଲୋକମାନେ ବସବାସ କରିଆସୁଛନ୍ତି । ବିକାଶର ଧାରାରେ ସେମାନଙ୍କୁ ସାମିଲ କରାଇବା ସହ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.