ଆସିକା ଚିନିଶିଳ୍ପ ପରିଦର୍ଶନ କଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆଖୁଚାଷୀ ମାନେ କିଭଳି ଅଧିକ ଚାଷ କରିବେ ଦେଲେ ଗୁରୁତ୍ୱ

ଭଞ୍ଜନଗର(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଆସିକା ଚିନିଶିଳ୍ପ ପରିଦର୍ଶନ କଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଚିନିକଳ ଓ ବଟଲିଂ ପ୍ଲାଣ୍ଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଆଖୁଚାଷୀ ମାନେ କିଭଳି ଅଧିକ ପରିମାଣର ଆଖୁ ଚାଷ କରିବେ, ସେନେଇ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ସମୟରେ ଆଖୁ ଉତ୍ପାଦନ କମ୍‌ ରହୁଥିବାରୁ ଆସିକା ଚିନିକଳରେ ଉତ୍ପାଦନ ହାର କମିଯାଉଛି ।

ଏଣୁ ଚିନି ଉତ୍ପାଦନ ବୃଦ୍ଧି କରିବା ପାଇଁ, ଅଧିକ ପରିମାଣରେ ଆଖୁ ଚାଷ କରାଯିବା ଜରୁରୀ ହୋଇଛି । ଏଥିପାଇଁ ଆଖୁଚାଷୀଙ୍କୁ ଉତ୍ସାହିତ କରି, ଆଖୁଚାଷ ପ୍ରତି ଆଗ୍ରହ ବଢ଼ାଇବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମୀକ୍ଷା ବୈଠକରେ ଆଲୋଚନା ହୋଇଛି । ମନ୍ତ୍ରୀଙ୍କ ପରିଦର୍ଶନ ଓ ସମୀକ୍ଷା ବୈଠକରେ ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଶ୍ରମ ବିଭାଗ ଅଧିକାରୀ, ସମବାୟ ବିଭାଗ କର୍ମଚାରୀ, ଚିନିକଳ ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.