ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ୪୦୦ରୁ ୫୦୦ ଜଣ ହେବେ ଉପକୃତ

ପୁରୀ(କେନ୍ୟୁଜ୍):  ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଯାଗା ଚିହ୍ନଟ କରାଯାଇ ପାଚେରୀ ଘେରାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମାଟିମଣ୍ଡପ ସାହି ମୌଜାରେ ଥିବା ଏମାର ମଠର ଜମି ଅଧିଗ୍ରହଣ ହେବ । ଏହି ଦୁଇଟି ମୌଜାର ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଆସିଛି । ସେହି ସ୍ଥାନ ସଫା କରାଯାଇ ପାଚେରୀ ହେବା ପରେ ଅବଢ଼ା ଯୋଜନାରେ ୬୦୦ sq ft ବିଶିଷ୍ଟ G + 3 ଆପାର୍ଟମେଣ୍ଟ ନିର୍ମାଣ କରାଯିବ । ସେବାୟତ ବାସଗୃହ ଯୋଜନା ଦ୍ୱାରା ଗରିବ ଏବଂ ଅର୍ଥିକ ସ୍ୱଚ୍ଛଳ ନଥିବା ୪୦୦ରୁ ୫୦୦ ଜଣ ସେବାୟତ ଉପକୃତ ହେବେ ।

puri sevayat

ପ୍ରଥମେ ୪୦୦ ସେବାୟତଙ୍କ ପାଇଁ ଚିହ୍ନଟ ହୋଇଥିବା ଜମିରେ G+ 3 ଆପାର୍ଟମେଣ୍ଟ ର୍ନିମାଣ କରାଯିବ । ସେବାୟତଙ୍କ ସଂଖ୍ୟା,ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା,ଅନ୍ୟବୃତ୍ତି ଓ ଆର୍ଥିକ ସ୍ଥିତି ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ । ସେବାୟତଙ୍କ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ୨୫୦ଟି ହାଉସିଂ ର୍ନିମାଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.