ଘରର ରୋଜଗାରିଆ ପୁଅ ଏବେ କର୍କଟରେ ପୀଡ଼ିତ, ସହାୟତା ଆବଶ୍ୟକ

ଜଗତସିଂହପୁର(କେନ୍ଯୁଜ୍) : ମୋ ବାପା ଭଲ ହୋଇଗଲେ ମୁଁ ପାଠ ପଢିବି । ଦୟାକରି ଆମକୁ ଟିକେ ସାହାଯ୍ୟ କରନ୍ତୁ । ଆପଣଙ୍କ ସାହାଯ୍ୟ ଖାଲି ମୋ ବାପାଙ୍କୁ ନୁହେଁ ,ପୂରା ପରିବାର ପାଇଁ ଆଶୀର୍ବାଦ ହେବ । ଭଗବାନ ଆପଣଙ୍କୁ ସାହା ହେବେ । ଏମିତି ନେହୁରା ହେଉଛି ଦୁନିଆକୁ ଭଲ ଭାବେ ଚିହ୍ନି ନଥିବା ଝିଅଟି।

ଜଗତସିଂହପୁର ବ୍ଲକ ଓଡ଼ିସୋ ପଞ୍ଚାୟତ ଅନ୍ତର୍ଗତ ଅଭିଦିଆନନ୍ଦପୁର ଗାଁର ଲକ୍ଷ୍ମଣ ଦାସ । ଦେଢ଼ବର୍ଷ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିଛନ୍ତି। ପରିବାର କହିଲେ ବୁଢା ବାପା, ମା, ସ୍ତ୍ରୀ, ପୁଅ, ଝିଅ ଓ ସାନଭାଇ। ଘରେ ସ୍ତ୍ରୀ ଓ ଝିଅ ଦୁଇଜଣ ଲକ୍ଷ୍ମଣଙ୍କ ସେବାରେ ସବୁବେଳେ ଲାଗିଥାନ୍ତି । ବୁଢା ବାପା ମା ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ରୋଗା ପୁଅ ପାଇଁ ଔଷଧ କିଣାହୁଏ । ଲକ୍ଷ୍ମଣଙ୍କ ବୟସ ମାତ୍ର ୪୨ ବର୍ଷ। ପ୍ରଥମେ ପ୍ରଥମେ ଚିକିତ୍ସା ପାଇଁ ଧାର ଉଧାର କଲେ । ପରେ ଘରେ ଥିବା ଗାଈ ମଇଁଷି ବିକି ଯାହା କିଛି ମିଳିଲା ସେଥିରେ ଚିକିତ୍ସିତ ହୋଇଥିଲେ। ହେଲେ ସବୁ ନିଅଣ୍ଟ ପଡ଼ିଲା । ଏବେ ଅଧିକ ଚିକିତ୍ସା ପାଇଁ ଆଉ ଟଙ୍କା ନାହିଁ । ତେଣୁ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ।

ଭଙ୍ଗା ଚାଳ ଛପର ଘରେ ଭାଗ୍ୟକୁ ଅଦେରୀ ପଡିରହିଛନ୍ତି ଲକ୍ଷ୍ମଣ। ମୁଣ୍ଡ ଗୁଞ୍ଜିବାକୁ ନା ମିଳିଛି ଆବାସ ଯୋଜନାରେ ଘର ଖଣ୍ଡେ ନା ସରକାରୀ ସହାୟତା । ମୂଲ ଲାଗିଲେ ଚୁଲି ଜଳେ । ସରକାରୀ ସାହାଯ୍ୟ କେବଳ ରାସନ କାର୍ଡଟିଏ। ଏପଟେ ଲକ୍ଷ୍ମଣ ରୋଗଗ୍ରସ୍ତ ହେବାପରେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅର ପାଠପଢା ଏକପ୍ରକାର ବନ୍ଦ ହୋଇଯାଇଛି। ସାନ ପୁଅଟି ସପ୍ତମ ଶ୍ରେଣୀରେ ପଢୁଛି ।

ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ପରିବାର ପାଖରେ ଆଉ ସମ୍ବଳ ନାହିଁ। ରୋଜଗାରିଆ ବଡ଼ ପୁଅ ଥିଲେ ଲକ୍ଷ୍ମଣ । ସେ ଯୋଗ ଶଯ୍ୟାରେ। ତାଙ୍କ ଅପରେସନ୍‌ ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଚିନ୍ତାରେ ପରିବାର ଲୋକେ। ତୁରନ୍ତ ସହାୟତା ଦରକାର ଏହି ପରିବାରକୁ । ସାହାଯ୍ୟ କରିବାକୁ ଆଗ୍ରହୀ ବ୍ୟକ୍ତି ଏହି ଠିକଣା ଏବଂ ଆକାଉଣ୍ଟ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।

NAME-MINATI DAS

PS BLOCK-JAGATSINGHPUR,

DIST-JAGATSINGHPUR,ODISHA

PIN-754103,

MOB-9437884756

AC NO-6495900480

IFSC-CODE-IDIB000J038

INDIAN BANK, JAGATSINGHPUR BRANCH

 

 

Leave A Reply

Your email address will not be published.