ଆଜି ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ, ଦିଲ୍ଲୀରେ ପହଞ୍ଚିଛନ୍ତି ବିଜେଡିର ଅନେକ ନେତା ଓ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏହି ସମ୍ମାନ ଦିଆଯିବ । ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ । ଏହା ଓଡ଼ିଶା ପାଇଁ ଗର୍ବର ବିଷୟ । ଏଥିପାଇଁ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଫେରିବା ଦିନ ତାଙ୍କୁ ସ୍ୱାଗତ କରିବା ପାଇଁ ବଡ଼ ପ୍ରସ୍ତୁତି ହୋଇଛି ।

ପୂର୍ବରୁ ୨୦୧୭ରେ ଆଉଟଲୁକ୍‌ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା । ନିକଟରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ ନେସନ ପୋଲ୍‌ ସର୍ଭରେ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ । ନବୀନଙ୍କ ଶାସନ କାଳରେ ଗତ ୨୦ ବର୍ଷରେ ଓଡ଼ିଶାରେ ଆସିଛି ବିରାଟ ପରିବର୍ତ୍ତନ । ସବୁ କ୍ଷେତ୍ରରେ ରାଜ୍ୟ ଆଗକୁ ବଢିଛି । ରାଜ୍ୟରେ ବଢ଼ିଛି ରାଜସ୍ୱ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.