ମଦ ଦୋକାନୀ କର୍ମଚାରୀଙ୍କୁ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ଲୁଟ୍, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନୀ କର୍ମଚାରୀଙ୍କଠୁ ଲୁଟିନେଲେ ଦୁର୍ବୃତ୍ତ। ଶର୍ମା ଛକରୁ ଏକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୋଳ ଆସୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ମଦ ଦୋକାନ ର କର୍ମଚାରୀ ଶେଷନାଥ ଗୁପ୍ତା।

ଗୁଳିଚାଳନା କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଭୁଜାଲିରେ ହାତ ଓ ଛାତିକୁ ଆକ୍ରମଣ କଲେ । ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା।

Leave A Reply

Your email address will not be published.