କିଛି ଦିନ ପରେ ଅଗଷ୍ଟ ୧୫ ପାଇଁ ଉତ୍ସବ ମୁଖରିତ ହେବ ପଳ୍ଲୀରୁ ଦିଲ୍ଲୀ, ଜାଣନ୍ତୁ ଓଡିଶାରେ କେଉଁ ମନ୍ତ୍ରୀ ଓ ପ୍ରଶାସକ କେଉଁଠାରେ କରିବେ ପତାକା ଉତ୍ତୋଳନ

ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ କୋଉଠିି ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ତାହାର ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ସଦର ମହକୁମାଗୁଡ଼ିକରେ ମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ । ସେହି ତାଲିକା ହେଲା..
୧. ନିରଞ୍ଜନ ପୂଜାରୀ- କଟକ
୨. ବିକ୍ରମ କେଶରୀ ଆରୁଖ- ଅନୁଗୁଳ
୩. ପ୍ରଫୁଲ୍ଲ କୁମାର ମଲ୍ଲିକ- ପୁରୀ
୪. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କେନ୍ଦ୍ରାପଡ଼ା
୫. ପନ୍ମନାଭ ବେହେରା- କଳାହାଣ୍ଡି
୬. ପ୍ରତାପ ଜେନା- ମୟୁରଭଞ୍ଜ
୭. ଅରୁଣ କୁମାର ସାହୁ- ଢ଼େଙ୍କାନାଳ
୮. ସୁଦାମ ମାରାଣ୍ଡି- ସୁନ୍ଦରଗଡ଼
୯. ସୁଶାନ୍ତ ସିଂ- କନ୍ଧମାଳ
୧୦. ନବକିଶୋର ଦାସ- ବଲାଙ୍ଗୀର
୧୧. ଶ୍ରୀମତୀ ଟୁକୁନି ସାହୁ- ନୟାଗଡ଼
୧୨. ଜଗନ୍ନାଥ ସାରକା- କେନ୍ଦୁଝର
୧୩. ଦିବ୍ୟଶଙ୍କର ମିଶ୍ର- ସମ୍ବଲପୁର
୧୪. ଅଶୋକ ଚନ୍ଦ୍ର ପଣ୍ଡା- ବାଲେଶ୍ୱର
୧୫. ସମୀର ରଂଜନ ଦାସ- ଯାଜପୁର
୧୬. ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ନବରଙ୍ଗପୁର
୧୭. ପ୍ରେମାନନ୍ଦ ନାୟକ- କୋରାପୁଟ
୧୮. ରଘୁରନ୍ଦନ ଦାସ- ମାଲକାନଗିରି
୧୯. ଶ୍ରୀମତୀ ପଦ୍ମିନୀ ଦିଆନ- ରାୟଗଡ଼ା
୨୦. ତୁଷାରକାନ୍ତି ବେହେରା- ଗଜପତି
୨୧. ରାଜସ୍ୱ ପର୍ଷଦ ସଭ୍ୟ- ଭଦ୍ରକ
୨୨. ଆରଡିସି(କେନ୍ଦ୍ରାଞ୍ଚଳ)- ଖୋର୍ଦ୍ଧା
୨୩. ଆରଡିସି(ଦକ୍ଷିଣାଞ୍ଚଳ)- ବ୍ରହ୍ମପୁର
୨୪. ଆରଡିସି(ଉତ୍ତରାଞ୍ଚଳ)- ରାଉରକେଲା
ଏଥିସହ ବରଗଡ଼, ବୌଦ୍ଧ, ଦେଓଗଡ଼, ଗଞ୍ଚାମ, ଜଗତସିଂପୁର, ଝାରସୁଗୁଡ଼ା, ନୂଆପଢ଼ା ଏବଂ ସମ୍ବଲପୁରରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ ।

Leave A Reply

Your email address will not be published.