କ୍ୟାମେରା ଆଖିରେ କଏଦ୍ ହେଲା ଲାଇଭ୍ ଚୋରୀ !

loot liveଗଞ୍ଜାମ : ସିସିଟିଭି ସାମ୍ନାରେ ଲାଇଭ୍ ଲୁଟ୍। କ୍ୟାମେରା ଆଖିରେ କଏଦ୍ ହେଲା ଚୋରୀର ଦୃଶ୍ୟ। ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ବଡ଼ବଜାର ଅଶୋକ ପଟ୍ଟନାୟକଙ୍କ ସ୍ତ୍ରୀ ସ୍ମିତା ମଞ୍ଜରୀ ମାଣିକ ନଗର ଛକ ଅଞ୍ଚଳରେ ଏକ ଭୋଜିରେ ଯୋଗଦେଇ ଫେରିବା ବେଳେ ଲୁଟର ଶିକାର ହୋଇଥିଲେ । ନିଜ ସଂପର୍କୀୟଙ୍କ ସହ ଚାଲି ଚାଲି ସେ ବସଷ୍ଟାଣ୍ଡକୁ ଯାଉଥିବା ବେଳେ ଦୁର୍ବୃତ୍ତ ଆଖି ପିଛୁଳାକେ ଚେନ ଲୁଟି ନେଇ ଫେରାର ହୋଇଯାଇଥିଲା । ଏହି ଚେନର ଓଜନ ଅଢ଼େଇ ଭରି । ଏନେଇ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.