ବନ୍ୟାଜଳରେ ଭାସିଯାଉଥିବା ବେଳେ ବୃଦ୍ଧଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

 ଭଦ୍ରକ(କେନ୍ୟୁଜ୍): ବନ୍ୟାଜଳରୁ ବୃଦ୍ଧ ଉଦ୍ଧାର । ଭାସିଯାଉଥିବା ବେଳେ ବୃଦ୍ଧଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଉଦ୍ଧାର ବୃଦ୍ଧ ହେଲେ ଛୋଟା ଜେନା । ଭଦ୍ରକ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ଉପକଣ୍ଠ ଆନନ୍ଦପୁର-ଯାଜପୁର ଟାଉନ୍‌ ରାସ୍ତାର ହାତିଢିଅ ପଡିଆ ପାଖ ରାସ୍ତାରେ ଭିକ୍ଷାବୃତ୍ତି କରି ଦାଣ୍ଡକୂଳ ଅଞ୍ଚଳକୁ ଫେରୁଥିବା ବେଳେ ଭାସିଯାଇଥିଲେ ଛୋଟା ।

ଭାସିଯାଉଥିବା ବେଳେ ପାଖରେ ଥିବା ଏକ ଗଛକୁ ଜାବୁଡି ଧରି ପାଟି କରିଥିଲେ ଛୋଟା । ତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଏକ ରଶି ସାହାଯ୍ୟରେ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.