ଲୋକସଭାରେ ବିଜେଡି ସଂସଦୀୟ ନେତା ହେଲେ ପିନାକୀ ମିଶ୍ର ଏବଂ ମୁଖ୍ୟ ସଚେତକ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ଯୁଜ୍) : ଲୋକସଭା ସଂସଦୀୟ ଦଳ ନେତା ହେଲେ ପିନାକୀ ମିଶ୍ର । ସେହିପରି ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ସଚେତକ ହୋଇଛନ୍ତି । ଅନୁଭବ ମହାନ୍ତି ହୋଇଛନ୍ତି ଉପମୁଖ୍ୟ ସଚେତକ । ସେହିପରି ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ଭର୍ତ୍ତୃହରି ମହତାବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ମନୋନୀତ କରିଛନ୍ତି । ଜୁନ୍‌ ୧୭ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ଜୁନ ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଜୁଲାଇ ୫ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.