ଓଡିଶା ହୋମ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ନିର୍ଦ୍ଦେଶକ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି

ଭୁବନେଶ୍ୱର(କେନ୍ୟୁଜ୍):ଠକ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର। ଓଡିଶା ହୋମ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ନିର୍ଦ୍ଦେଶକ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କଲା EOW । ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ସର୍କୁଲାର। ଆପାର୍ଟମେଣ୍ଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା ।

ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଣ୍ଟ ଦେବାକୁ କହି ଟଙ୍କା ନେଇଥିଲା । ୨୦୧୩ରୁ ୨୦୧୬ମଧ୍ୟରେ ୪୨ଜଣଙ୍କ ଠାରୁ ୨୦କୋଟି ନେଇଥିଲା ସଂସ୍ଥା । ୨୦୧୮ରେ ଫ୍ଲାଟ ଦେବାକୁ କହିଥିଲେ । ଟଙ୍କା ପାଇବା ପରେ ଛୁ ମାରିଥିଲେ ମନୋଜ ପଣ୍ଡା। ଟଙ୍କା ଦେଇଥିବା ଜମାକାରୀ EOWରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା EOW ।

Leave A Reply

Your email address will not be published.