ପରିବା ଆଣିବା ପାଇଁ ଯାଉଥିବାବେଳେ ଭୁଜାଲି ଦେଖାଇ ମହିଳାଙ୍କଠାରୁ ଲୁଟ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଲୁଟପାଟ । ସ୍କୁଟିରେ ଯାଉଥିବା ମହିଳାଙ୍କୁ ଅଟକାଇଲେ । ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ଓ ଏଟିଏମ୍‌ କାର୍ଡ ଧରି ଛୁ ମାରିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଝାରପଡ଼ା ବ୍ରିଜ ପାଖ ଡିସିବି ବ୍ୟାଙ୍କ ଆଗରୁ ମହିଳାଙ୍କ ପାଖରୁ ଲୁଟ୍‌ ଅଭିଯୋଗ ହୋଇଛି । ମହିଳା ଭୋରରୁ ଦୋକାନ ପାଇଁ ୪ ନମ୍ବର ମାର୍କେଟକୁ ପରିବା ଆଣିବାକୁ ଯାଉଥିଲେ । ଏତିକିବେଳେ ଦୁଇଟି କଳା ପଲସରରେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ମହିଳାଙ୍କ ସ୍କୁଟି ଅଟକାଇଥିଲେ । ଭୁଜାଲି ଦେଖାଇ ଭୟଭୀତ କରି ତାଙ୍କଠାରୁ ୮ହଜାର ଟଙ୍କା, ୨ଟି ଏଟିଏମ୍‌ କାର୍ଡ ନେଇ ପଳାଇଥିଲେ । ଏନେଇ ମହିଳା ଜଣଙ୍‌ଙ୍କ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.