ଜଳଖିଆ ଦୋକାନରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ, କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ସୋର(କେନ୍ୟୁଜ୍): ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ଛକ ନିକଟରେ ଅଘଟଣ । ଜଳଖିଆ ଦୋକାନରେ ଥିବା ଗ୍ୟାସ୍‌ ଟାଙ୍କିରୁ ନିଆଁ ଲାଗି ପାଖରେ ଥିବା ତେଜରାତି ଦୋକାନ ଓ ଏକ ଭେରାଇଟି ଷ୍ଟୋରକୁ ନିଆଁ ବ୍ୟାପିଥିଲା ।

ନିଆଁ ଲାଗି ୨ଟି ଦୋକାନରୁ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ପାଖାପାଖି ୮ଟି ଜଳଖିଆ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଖବର ପାଇ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.