କରୋନା ମୁକାବିଲାରେ ଯୋଦ୍ଧା ପାଲଟିଛନ୍ତି ଏମ୍.ଟେକ୍ ଛାତ୍ରୀ ରାଜଶ୍ରୀ, ଏକାସାଙ୍ଗରେ ତୁଲାଉଛନ୍ତି ଦୁଇ ଦୁଇଟି ଦାୟିତ୍ବ

ଗୋପ: ରାଜଶ୍ରୀ । ନାଟି ଯେମିତି କାମ ବି ସେମିତି । ଏକାସାଙ୍ଗରେ ତୁଲାଉଛନ୍ତି ଦୁଇ ଦୁଇଟି ଦାୟିତ୍ବ । ଦୀର୍ଘ ତିନି ବର୍ଷ ହେବ ପାଠ ପଢା ସାଙ୍ଗକୁ ତୁଲାଛନ୍ତି ସରପଞ୍ଚଙ୍କ ଦାୟିତ୍ବ । ଯାହାଙ୍କୁ ନେଇ ବେଶ୍ ଖୁସି ପଞ୍ଚାୟତବାସୀ । ପୁରୀ ଜିଲ୍ଲା ମହଲପଡା ପଞ୍ଚାୟତର ଆମ୍ବିଳ ଗାଁର ରାଜଶ୍ରୀ ପରିଡା । ବୟସ ୨୬ ବର୍ଷ । ପରିବାର କହିଲେ ବାପା,ମା ଓ ଗୋଟିଏ ଭାଇ ।

ରାଜଶ୍ରୀ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏମ୍.ଟେକ୍ ପାଠ ପଢୁଛନ୍ତି । ଯେତେବେଳେ ସେ ବି.ଟେକ୍ କରୁଥିଲେ ୨୦୧୭ମସିହାରେ ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଥିଲେ । ଇଚ୍ଛାଥିଲା ଗାଁ ଗାଁ ବୁଲି ଲୋକଙ୍କ ସେବା କରିବା । ସେହି ଦିନଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ଘର କାମ କରିବା ସହ ପାଠପଢନ୍ତି । ପାଠପଢା ସରିବାପରେ ବାହାରି ଯାଆନ୍ତି ଗାଁକୁ ।

sarapachବର୍ତ୍ତମାନ କରୋନା ମହାମାରୀକୁ ଆଖିରେ ରଖି ନିଜ ଦାୟିତ୍ବକୁ ଖୁବ୍ ଭଲ ଭାବେ ତୁଲାଉଛନ୍ତି ରାଜଶ୍ରୀ । ପଞ୍ଚାୟତର ସବୁ ଗାଁରେ ବୁଲି ବୁଲି ସଚେତନତା କରିବା ସହ ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି । ରାଜଶ୍ରୀଙ୍କ ସହ ଗାଁର ଆଶା ଓ ଅଙ୍ଗନୱାଡି କର୍ମୀ ସମସ୍ତେ ତାଙ୍କ ସହିତ ଉପସ୍ଥିତ ରହିଥାନ୍ତି । ତାଙ୍କର ଏହି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯିବା ସହିତ ପଞ୍ଚାୟତବାସୀ ବେଶ୍ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

ଜଣେ ଉଚ୍ଚ ଶିକ୍ଷିତ ସରପଞ୍ଚ ଭାବେ ସେ ବେଶ୍ ପରିଚିତ । ତେବେ ଏଭଳି କୋଭିଡ୍ ସମୟରେ ପଞ୍ଚାୟତରେ ଏହାର ସଫଳ ମୁକାବିଲା କରୁଥିବାରୁ ତାଙ୍କୁ କରୋନା ଯୋଦ୍ଧାର ପରିଚୟ ମିଳିଛି । ଦ୍ରୁଢ ଇଚ୍ଛା ଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ କାର୍ଯ୍ଯକୁ ସମ୍ଭବ କରିପାରିବ, ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରାଜଶ୍ରୀ ।

ଗୋପରୁ ଆଲୋକ ରଞ୍ଜନ ରାଉତରାୟଙ୍କ ରିପୋର୍ଟ, କେନ୍ୟୁଜ୍

Leave A Reply

Your email address will not be published.