ଭୁବନେଶ୍ୱର CBI କାର୍ଯ୍ୟାଳୟରେ ମହିମା ମିଶ୍ର, ବଡ଼ ପୁଅ ଚନ୍ଦନ ମିଶ୍ର ବି ଉପସ୍ଥିତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର CBI କାର୍ଯ୍ୟାଳୟରେ ମହିମା ମିଶ୍ର। ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ଅଛନ୍ତି। ଆଜି ଭୋରରୁ ସରେଣ୍ଡର କରିଥିଲେ ସାନ ପୁଅ ଚର୍ଚ୍ଚିତ ମିଶ୍ର। ଆଜି ତିନି ଜଣଙ୍କୁ ପଚରାଉଚରା କରିବ ସିବିଆଇ।
୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ପାରାଦୀପ ପୋର୍ଟ ଟ୍ରଷ୍ଟ ଚିଫ ମେକାନିକାଲ ଇଞ୍ଜିନିୟରଙ୍କ ସହ ୩ ଜଣଙ୍କୁ ବାନ୍ଧିଛି ସିବିଆଇ । ଗତକାଲି ମହିମା ମିଶ୍ରଙ୍କ ଘର ଓ OSLରେ ହୋଇଥିଲା CBI ଚଢ଼ଉ । ମୋଟ୍‌ ୧୫ଟି ସ୍ଥାନରେ ଚଢଉରେ ୮୪ଲକ୍ଷ ୫୦ହଜାର ଟଙ୍କା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.