ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଆଶ୍ୱସ୍ତି : ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଆଶ୍ୱସ୍ତି । ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଉଭୟ ମାମଲାରେ ଲକ୍ଷେ ଟଙ୍କା ଲେଖାଏଁ ୨ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ମାମଲାର ପକ୍ଷମାନଙ୍କୁ ପ୍ରଭାବିତ ନକରିବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ପାରାଦୀପ ତାରିଣୀଗଡ଼ା ବୋମାମାଡ଼ ଏବଂ ପ୍ରେସ୍‌ ଛକ ଅଭୟ ଭଟ୍ଟଙ୍କ ଉପରକୁ ବୋମାମାଡ଼ ତଥା ଗୁଳିମାଡ ମାମଲାରେ ପାରଦୀପ ଓ କଟକ କମିଶନରେଟ୍‌ ପୋଲିସ ମହିମାନନ୍ଦ ମିଶ୍ରଙ୍କ ନାଁକୁ ଯୋଡ଼ିିଥିଲା । ଏହି ମାମଲାରେ ତଳ କୋର୍ଟରେ ଜାମିନ ଆବେଦନ କରି ମହିମାନନ୍ଦ ହତାଶ ହୋଇଥିଲେ। ପରେ ତାଙ୍କ ପକ୍ଷରୁ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ପୂର୍ବରୁ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମାନନ୍ଦ ମିଶ୍ର ହାଇକୋର୍ଟରୁ ଜାମିନ ପାଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.