ରାଜ୍ୟ ବାହାରେ ହେବ ମେକ୍‌ ଇନ ଓଡ଼ିଶା ରୋଡ଼ ଶୋ, ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ହେବ ଆମନ୍ତ୍ରଣ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ବାହାରେ ହେବ ମେକ୍‌ ଇନ ଓଡ଼ିଶା ରୋଡ଼ ଶୋ । ଶିଳ୍ପ ବିଭାଗ ପକ୍ଷରୁ କରାଯିବ କାର୍ଯ୍ୟକ୍ରମ । ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ ଓଡ଼ିଶା ପୂର୍ବରୁ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ହେବ ରୋଡ ଶୋ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟର ତଥା ବିଦେଶରୁ ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରାଯାଉଛି । ଓଡ଼ିଶାରେ ଭରପୂର ପ୍ରାକୃତିକ ସମ୍ପଦ, ଖଣି, ବେଳାଭୂମି, ଜଙ୍ଗଲ ଓ କୃଷି ଭିତ୍ତିଭୂମି ଥିବାରୁ ଏହାକୁ ଭିତ୍ତି କରି ପୁଞ୍ଜିପତିଙ୍କ ସହ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଉଛି ।

୨୦୧୬ ଓ ୨୦୧୮ରେ ମେକ୍‌ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା । କରୋନା ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା । ନିକଟରେ ଦୁବାଇରେ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିଲେ । ୨୪ ଜଣ ଶିଳ୍ପପତି ଓଡ଼ିଶାରେ ପୁଞ୍ଜନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଓଡ଼ିଶାରେ ସାରା ଭାରତ ଏବଂ ବିଶ୍ୱର ଶିଳ୍ପପତି କିଭଳି ପୁଞ୍ଜିନିବେଶ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରୁଛନ୍ତି । ତେଣୁ ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ଶୋ ହେବ ।

 

Leave A Reply

Your email address will not be published.